ଏପ୍ରିଲ ୧୭ରେ ରାମଲାଲାଙ୍କ ହେବ ସୂର୍ଯ୍ୟଅଭିଷେକ

ନୂଆଦିଲ୍ଲୀ,୯/୦୪: ପବିତ୍ର ରାମନବମୀ ଅବସରରେ ଅପ୍ଟି ମେକାନିକାଲ ସିଷ୍ଟମ ଜରିଆରେ ପ୍ରଭୁ ରାମଲାଲାଙ୍କ ମସ୍ତକରେ ହେବ ସୂର୍ଯ୍ୟତିଳକ । ଏହା ୪ ମିନିଟ୍ ଧରି ଶୋଭାବର୍ଦ୍ଧନ କରିବ ସୂର୍ଯ୍ୟ ଆଲୋକ । ୧୭ ତାରିଖ ଦିନ ୧୨ଟାରେ ଏଭଳି ଅଲୌକିକ ଦୃଶ୍ୟ ଦେଖିବାର ସୁଯୋଗ ପାଇବେ  । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଟ୍ରାଏଲ ରନ୍ କରାଯାଇଛି । ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ ଏବଂ ରୁରକିର ସିଏସଆଇଆର-ସିବିଆରଅକ୍ର ସହଯୋଗରେ ଏହି ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇଛି । ଉନ୍ନତ ଧରଣର ଦର୍ପଣ, ଲେନ୍ସ ଏବଂ ଅଷ୍ଟଧାତୁରେ ନିର୍ମିତ ପାଇପ ମାଧ୍ୟମରେ ସୂର୍ଯ୍ୟ ଆଲୋକ ରାମ ଲାଲାଙ୍କ ମସ୍ତକ ଉପରେ ପଡିବା ସହ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବଢାଇବାକୁ ବ୍ୟବସ୍ଥା କରାଯାଇଛି ।