ଅପେକ୍ଷାର ଘଟିଲା ଅନ୍ତ: ବିରାଜିଲେ ରାମଲାଲା, ଶୁଭ ମୁହୂର୍ତ୍ତରେ ହେଲା ପ୍ରାଣ ପ୍ରତିଷ୍ଠା

ନୂଆଦିଲ୍ଲୀ,୨୨/୦୧: ସବୁ ଅପେକ୍ଷାର ଘଟିଲା ଅନ୍ତ। ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ଶ୍ରୀରାମ ଲାଲା । ଶୁଭ ମୁହୂର୍ତ୍ତରେ ମନ୍ତ୍ରପାଠ ସହ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯଜମାନରେ ଏହା ସମ୍ପନ୍ନ ହୋଇଛି । ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ଭକ୍ତଙ୍କ ମନ ମୋହୁଛି । ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ଅରମ୍ଭ ହୋଇଥିଲା ପ୍ରାଣ ପ୍ରତିଷ୍ଠା ରୀତିନୀତି । ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଯୋଗୀ ଆଦିତ୍ୟନାଥ ଓ ଆନନ୍ଦି ବେନ୍ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ ।