ଘଡଘଡି ଓ ବିଜୁଳି ଶବ୍ଦରେ ଖସି ପଡିଲା ରାମେଶ୍ୱର ମନ୍ଦିରର ଦଧିନଉତି

ଭୁବନେଶ୍ୱର,୧୫/୦୭: ରାଜଧାନୀ ଭୁବନେଶ୍ୱରର ରାମେଶ୍ୱର ମନ୍ଦିରରେ ଅଘଟଣ। ୬୦ଫୁଟ୍ ତଳକୁ ଖସିଲା ଦଧିନଉତି । ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଖସି ପଡିଥିବା ସୂଚନା ମିଳିଛି । ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଧିନଉତି ଖସି ପଡିଛି । ଉପସ୍ଥିତ ଥିବା ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ମନ୍ଦିରରେ ଥିବା ସମୟରେ ଘଟିଥିଲା ଅଘଟଣ । ଏହା ଦେଖି ଭୟଭୀତ ହୋଇପଡ଼ିଥିଲେ ଲୋକେ । ମନ୍ଦିରରେ କୌଣସି ଫାଟ ଥାଇପାରେ ବୋଲି ଅନୁମାନ କରାଯାଉଥିବା କହିଛନ୍ତି ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା ଅଫିସର ।