ରମେଶ ପୋଖରିଆଲଙ୍କୁ କରୋନା

ନୂଆଦିଲ୍ଲୀ,୨୧/୪:ଦେଶରେ ଦିନକୁ ଦିନ ପୁଣିଥରେ କରୋନା ସ୍ଥିତି ଅସମ୍ଭାଳ ପରିସ୍ଥିତିକୁ ଗତି କରୁଛି। ଏହାସହ କଳାକାର ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ସମସ୍ତେ କରୋନା କବଜାକୁ ଚାଲି ଆସୁଛନ୍ତି। ଏହାରିମଧ୍ୟରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। ଏନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତିି। ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ ପାଇଁ  ସେ ଅନୁରୋଧ କରିଛନ୍ତି।