ଯୋଗ ଗୁରୁ ବାବା ରାମ ଦେବଙ୍କ ବିରୋଧରେ ଥାନାରେ ଏତଲା

ନୂଆଦିଲ୍ଲୀ,୫/୨: ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଯୋଗ ଗୁରୁ ବାବା ରାମ ଦେବଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି। ରାଜସ୍ଥାନର ଚୌହଟନ ପୋଲିସ ଥାନାରେ ମାମଲା ରୁଜୁ ହୋଇଛି । ଫେବ୍ରୁଆରୀ ୨ତାରିଖରେ ରାଜସ୍ଥାନରେ ଆୟୋଜିତ ସନ୍ଥ ସମାଜ ବୈଠକରେ ଇସଲାମକୁ ନେଇ ଦେଇଥିବା ବିବାଦୀୟ ବୟାନ ପରେ ଏପରି ଘଟଣା ଘଟିଛି।ସୂଚନା ଯୋଗ୍ୟ ଯେ ରାମଦେବ ହିନ୍ଦୁ ଧର୍ମ ସହ ଇସାଇ ଓ ଇସଲାମ ଧର୍ମକୁ ତୁଳନା କରିଥିଲେ । ସେ କହିଛନ୍ତି ଯେ ଇସଲାମ ଧର୍ମରେ କେବଳ ନମାଜ ପଢ଼ିବା ହିଁ ଏକ ଧାର୍ମିକ କାମ । ମୁସଲମାନମାନେ ନମାଜ ପଢ଼ିବା ପରେ ଯାହା କଲେ ଚଳିବ ।