ଭୁବନେଶ୍ୱର ରମାଦେବୀ କଲେଜରେ ରାଗିଂ ଅଭିଯୋଗ

ଭୁବନେଶ୍ୱର,୨୧/୧୦: ଭୁବନେଶ୍ୱର ରମାଦେବୀ ଯୁକ୍ତ ଦୁଇ କଲେଜରେ ରାଗିଂ ଅଭିଯୋଗ ହୋଇଛି । କଲେଜ ହଷ୍ଟେଲରେ ରାଗିଂ କରାଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ଅଭିଯୋଗ ପରେ ତଦନ୍ତ ନର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ମଧ୍ୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ । କଳା ବିଭାଗର ପ୍ରଥମ ବର୍ଷ ଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ରାଗିଂ ନେଇ ଅଭିଯୋଗ କରିଥିଲେ ବି କର୍ତ୍ତୃପକ୍ଷ ଏନେଇ କୌଣସି ଗୁରୁତ୍ୱ ଦେଇନଥିଲେ । ଫଳରେ ଗଣଶିକ୍ଷା ସଚିବଙ୍କୁ ଚିଠି ଲେଖି ଏ ବାବଦରେ ଜଣାଇଥିଲେ ଛାତ୍ରୀ । ସୂଚନା ଅନୁସାରେ ଚୁଟି କୁଣ୍ଡାଇବାକୁ ନେଇ ରୁମମେଟଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ରାଗିଂ ନେଇ ଛାତ୍ରୀ ଅଭିଯୋଗ କରିଥିଲେ ବି କଲେଜ କର୍ତ୍ତୃପକ୍ଷ କିନ୍ତୁ ଏହା ରାଗିଂ ନୁହେଁ ବୋଲି କହି କଥାକୁ ଏଡାଇ ଦେଇଥିଲେ ।