ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର,୨୦/୦୭: ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ ଗୁୁୁରୁ ଦାୟିତ୍ୱ । ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା । ୩ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ରାମଚନ୍ଦ୍ର କାଡାମ । ସେହିପରି ଅଶୋକ ଦାସଙ୍କୁ କଂଗ୍ରେସ ବିଧାୟକ ଦଳ ଉପନେତା ଭାବେ ଦାୟିତ୍ୱ ମିଳିଛି । କଂଗ୍ରେସ ଦଳର ମୁଖ୍ୟ ସଚେତକ ହେଲେ ସିଏସ ରାଜନ ଏକ୍କା । ସେପଟେ ଭଙ୍ଗ ହେଲା ଓଡିଶା ପ୍ରଦେଶ କଂଗ୍ରେସ କମିଟି । ପିସିସି ଓ ସମସ୍ତ କମିଟି ଭଙ୍ଗ କଲା ଏଆଇସିସି।