ରାମ ମନ୍ଦିରର ପୂଜକ ହେବା ପାଇଁ ଆସିଲା ୩ହଜାରରୁ ଅଧିକ ଆବେଦନ

ନୂଆଦିଲ୍ଲୀ,୨୧/୧୧: ଅଯୋଧ୍ୟା ରାମ ମନ୍ଦିରର ପୂଜକ ହେବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖା ଦେଇଛି । କିଛି ଦିନ ତଳେ ରାମ ମନ୍ଦିର ପୂଜକ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତି ପରେ ୩ହଜାରରୁ ଅଧିକ ଆବେଦନ ଆସିଛି । ରାମ ମନ୍ଦିର ପୂଜକ ପାଇଁ ଗତ ମାସରେ ବିଜ୍ଞାପନ ଦିଆଯାଇଥିଲା । ଏହାପରେ ୩ହଜାରରୁ ଅଧିକ ଆଶାୟୀ ଏଥିପାଇଁ ଆବେଦନ କରିଥିଲେ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ଏହି ବିଜ୍ଞାପନ ପ୍ରକାଶ ପାଇଥିଲା । ୩ହଜାର ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୨ଶହ ଜଣଙ୍କୁ ବଛାଯାଇଛି । ଏମାନଙ୍କର ପୁଣି ଥରେ ସାକ୍ଷାତକାର ଚାଲିଛି । ଏହି ୨ଶହ ଜଣଙ୍କ ମଧ୍ୟରୁ ୨୦ଜଣଙ୍କୁ ଚୂଡାନ୍ତ ଭାବେ ଚୟନ କରାଯିବ ।