ପବିତ୍ର ରାମନବମୀ, ରାମଲାଲାଙ୍କ ମସ୍ତକରେ ହେବ ସୂର୍ଯ୍ୟତିଳକ

ଭୁବନେଶ୍ୱର,୧୭/୦୪: ଆଜି ପବିତ୍ର ରାମନବମୀ । ଆଉ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିରରେ ସୂର୍ଯ୍ୟତିଳକ ବେଳେ ଦେଖିବାକୁ ମିଳିବ ଅଭୁତ ଦୃଶ୍ୟ । ରାମଲାଲାଙ୍କ ମସ୍ତକରେ ୪ ମିନିଟ ଯାଏଁ ପଡିବ ସୂର୍ଯ୍ୟଙ୍କ କିରଣ । ବିଜ୍ଞାନର ଫର୍ମୁଲା ଅନୁସାରେ ଏହା କରାଯିବ । ବୈଜ୍ଞାନିକ ଏନେଇ ଗବେଷଣା କରିଛନ୍ତି ଓ ବିଗତ ଦିନରେ ଏହାର ଟ୍ରାଏଲ ବି କରାଯାଇଛି । ଆଜି ହେଉଛି ଭକ୍ତଙ୍କ ପାଇଁ ଅମୃତବେଳା । ଦିନ ୧୨ଟାରେ ଶ୍ରୀରାମଙ୍କ ଜନ୍ମ ହେବ ଓ ମର୍ଯ୍ୟାଦାପୁରୁଷଙ୍କ ମସ୍ତକରେ ସୂର୍ଯ୍ୟତିଳକ କରାଯିବ । ଆଉ ଏହାର ସାକ୍ଷୀ ହେବେ ବିଶ୍ୱର କୋଟି କୋଟି ରାମ ଭକ୍ତ । ବୈଜ୍ଞାନିକ ଉପାୟରେ ହେବ ସୂର୍ଯ୍ୟତିଳକ । ଜାନୁଆରୀରେ ରାମମନ୍ଦିର ପ୍ରତିଷ୍ଠା ହେବା ପରେ ରାମଲାଲାଙ୍କୁ ଦର୍ଶନ କରିବାକୁ ଲକ୍ଷାଧିକ ଲୋକଙ୍କ ଭିଡ ଜମୁଛି । ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରାମଲଲା ।