ବିନା କ୍ୟୁଆର କୋର୍ଡରେ ଭକ୍ତଙ୍କୁ ରାମ ମନ୍ଦିରରେ ପ୍ରବେଶ କରିବାକୁ ନାହିଁ ଅନୁମତି

ନୂଆଦିଲ୍ଲୀ,୧୯/୦୧: ଅଯୋଧ୍ୟାରେ ଜାନୁଆରି ୨୨ ତାରିଖରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଗତ ଗୁରୁବାର ରାମଲାଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ସମ୍ପୂର୍ଣ୍ଣ ୪ଘଣ୍ଟାର ରୀତିନୀତି ଅନୁସାରେ ସ୍ଥାପନ କରାଯାଇଛି। ରାମନଗରୀ ଏହି ଭବ୍ୟ ଆୟୋଜନ ପାଇଁ ଅଯୋଧ୍ୟାକୁ ଖୁବ ସୁନ୍ଦର ଭାବେ ସଜା ଯାଇଛି। ଏହା ବ୍ୟତୀତ ସ୍ଥାନେସ୍ଥାନେ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି।

ଅଯୋଧ୍ୟା ରାମ ମନ୍ଦିରରେ ପ୍ରବେଶ ପାଇଁ ଲୋକଙ୍କୁ ସ୍ବତନ୍ତ୍ର ଏଣ୍ଟ୍ରି ପାସ ପ୍ରଦାନ କରାଯିବ। ଏହି ଏଣ୍ଟ୍ରି ପାସ ଯାହା ପାଖରେ ନଥିବ ସେମାନେ ମନ୍ଦିରକୁ କୌଣସି ମତେ ପ୍ରବେଶ କରି ପାରିବେ ନାହିଁ। ପ୍ରବେଶିକାରେ ଥିବା କ୍ୟୁଆର କୋର୍ଡକୁ ମିଶାଇବା ପରେ ଯାଇ ମନ୍ଦିର ଭିତରକୁ ଲୋକେ ପ୍ରବେଶ କରିପାରିବେ।