ଗାଜିଆବାଦର ମୋହିତ ପାଣ୍ଡେଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପୂଜକ ଭାବେ ନିଯୁକ୍ତି

ନୂଆଦିଲ୍ଲୀ,୧୦/୧୨: ୩ହଜାର ପୂଜକ ମଧ୍ୟରୁ ବଛାଗଲା ଅଯୋଧ୍ୟା ରାମ ମନ୍ଦିରର ପୂଜକ। ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ମୋହିତ ପାଣ୍ଡେଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପୂଜକ ଭାବେ ନିଯୁକ୍ତି ମିଳିଛି । ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରର ପୂଜକ ଭାବେ ଶ୍ରୀ ଦୂଧେଶ୍ୱର ପୀଠର ଛାତ୍ର ମୋହିତ ପାଣ୍ଡେଙ୍କୁ ମନୋନୀତ କରାଯାଇଛି । ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ଦିରରେ ଭଗବାନ ରାମଙ୍କ ସେବା ପାଇଁ ପୁରୋହିତ ନିଯୁକ୍ତ କରାଯିବ । ଏନେଇ ସାରା ଦେଶରୁ ୩ ହଜାର ଆବେଦନକାରୀ ଏବଂ ପୂଜକଙ୍କ ସାକ୍ଷାତକାର ନିଆଯାଇଥିଲା । ଏହି ସାକ୍ଷାତକାରରେ ଦୁଧେଶ୍ୱର ବେଦ ବିଦ୍ୟାପୀଠର ଛାତ୍ର ମୋହିତ ପାଣ୍ଡେଙ୍କ ସମେତ ୫୦ ଜଣଙ୍କୁ ରାମ ମନ୍ଦିରର ପୂଜକ ଭାବେ ଚୟନ କରାଯାଇଛି ।