ବିଧାନସଭା ନିର୍ବାଚନ: ରାଲି ଓ ରୋଡ୍‌ ଶୋ କଟକଣା ବୃଦ୍ଧି

ନୂଆଦିଲ୍ଲୀ, ୨୨/୧: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ରାଜନୀତି ମାହୋଲ ସରଗରମ ହେବାରେ ଲାଗିଛି। ଏହାରିମଧ୍ୟରେ ରାଲି ଓ ରୋଡ୍‌ ଶୋ ଉପରେ କଟକଣା ବଢ଼ାଇଲେ ଭାରତୀୟ ନିର୍ବାଚନ କମିସନ। କିନ୍ତୁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପାଇଁ ସମାବେଶ କଟକଣା କୋହଳ ହୋଇଛି।ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାନୁଆରି ୨୮ରୁ ସଭା  କରିପାରିବାକୁ ଅନୁମତି ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଫେବ୍ରୁଆରି ୧ରୁ ସଭା କରିପାରିବେ ପ୍ରାର୍ଥୀ। ସେହିପରି ଘରଘର ବୁଲି ପ୍ରଚାର କରିବା ବେଳେ ସର୍ବାଧିକ ୧୦ ଜଣ ଯାଇପାରିବେ। ସୂଚନାଯୋଗ୍ୟ ଯେ ପୂର୍ବରୁ ଘରଘର ବୁଲି ସର୍ବାଧିକ ୫ ଜଣ ପ୍ରଚାର କରିବାକୁ ଅନୁମତି ଥିଲା। ଅନ୍ୟପଟେ କେବଳ ସ୍ବୀକୃତିପ୍ରାପ୍ତ ସ୍ଥାନରେ  ଡିଜିଟାଲ ପ୍ରଚାର ଭିଡିଓ ପ୍ରଦର୍ଶିତ ହୋଇପାରିବ ବୋଲି ସୂଚନା ମିଳିିଛି।