ରାକ୍ଷୀ ପିନ୍ଧିବେ ମହାପ୍ରଭୁ

ପୁରୀ,୧୦/୮: ଆସନ୍ତାକାଲିନ ପବିତ୍ର ରକ୍ଷାବନ୍ଧନ । ନିଜର ସୁରକ୍ଷା ତଥା ଭାଇର ଶୁଭ ମନାସୀ ଭଉଣୀ ପିନ୍ଧାଏ ରାକ୍ଷୀ । ଏହା ଶ୍ରୀମନ୍ଦିରରେ ମଧ୍ୟ ପାଳିତ ହୋଇଥାଏ । ଗହ୍ମାପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଥାନ୍ତି ଭଉଣୀ ସୁଭଦ୍ରା । ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପାଟରା ବିଶୋୟୀ ସେବାୟତ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ତିଆରି ଚାଲିଛି ୪ଟି ରଙ୍ଗର ରାକ୍ଷୀ । ଏହି ୪ ରାକ୍ଷୀ ସହିତ ୫୪ଟି ଗୁଆରେ ଗୁଆମାଳ ପ୍ରସ୍ତୁତ କରାଯାଏ । ହଳଦିଆ ନାଲିରଙ୍ଗର ରାଖୀ ଓ ଗୁଆମାଳ ଜଗନ୍ନାଥଙ୍କୁ ଦିଆଯାଏ । ନେଳି ଓ ବାଇଗଣୀ ରଙ୍ଗର ରାଖୀ ବଳଭଦ୍ରଙ୍କୁ ଲାଗି କରାଯାଏ । । ରାକ୍ଷୀ ପୂର୍ଣ୍ଣିମା ଦିନ ଗୋପାଳବଲ୍ଲ୍ ଧୂପ ପରେ ପାଟରା ବିଶୋୟୀ ମନ୍ଦିରକୁ ନେଇ ମେକାପକୁ ଦେଇଥାନ୍ତି । ଆଉ ତାପରେ ସିଂହାରୀ ସେବକ ଏହି ରାଖୀକୁ ମହାପ୍ରଭୁଙ୍କ ନିକଟରେ ଲାଗି କରିବାର ପରମ୍ପରା ରହିଛି।