ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୪/୦୪: ରାଜ୍ୟସଭା ସାଂସଦ ଭାବେ  ଆଜି ଶପଥ ନେଇଛନ୍ତି ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ ବୈଷ୍ଣବ । ଚଳିତ ରାଜ୍ୟସଭା ନିର୍ବାଚନ ୨୦୨୪ରେ ଓଡ଼ିଶାରେ ତିନି ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ୨୦୨୪ ଏପ୍ରିଲରେ ଅବସର ଗ୍ରହଣ କରିଥିବା ସଦସ୍ୟଙ୍କ ଆସନ ପୂରଣ ପାଇଁ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ଫେବ୍ରୁଆରୀ ୨୭ତାରିଖରେ ହୋଇଥିଲା । ସମସ୍ତ ନିର୍ବାଚିତ ପ୍ରାର୍ଥୀଙ୍କୁ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସାର୍ଟିଫିକେଟ୍ ଦିଆଯାଇଥିଲା । ଓଡ଼ିଶାରୁ ୩ଟି ଆସନ ଖାଲି ପଡ଼ିଥିବା ବେଳେ ଏହି ୩ ଜଣ ପ୍ରାର୍ଥୀଙ୍କୁ ଛାଡ଼ି ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ ।