ରାଜ୍ୟସଭା ନିର୍ବାଚନ: ଉତ୍ତରପ୍ରଦେଶର ୧୦ଟି ମଧ୍ୟରୁ ବିଜେପି ପୋଛି ନେଲା ୮ ଆସନ

ନୂଆଦିଲ୍ଲୀ,୨୭/୦୨: ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ୧୫ଟି ଆସନ ପାଇଁ ଆଜି ରାଜ୍ୟସଭା ନିର୍ବାଚନ  ହୋଇଥିଲା। ଏହା ମଧ୍ୟରୁ ଉତ୍ତରପ୍ରଦେଶର ୧୦ଟି ମଧ୍ୟରୁ ବିଜେପି ୮ଟିରେ ଓ ସମାଜବାଦୀ ପାର୍ଟି ୨ଟିରେ ବିଜୟୀ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଜେପିର ସମସ୍ତ ପ୍ରାର୍ଥୀ ହେଲେ ସୁଧାଂଶୁ ତ୍ରିବେଦୀ, ଆରପିଏନ ସିଂହ, ଚୌଧୁରୀ ତେଜବୀର ସିଂହ, ସାଧନା ସିଂହ, ଅମରପାଲ ମୌର୍ଯ୍ୟ, ସଙ୍ଗୀତା ବଳୱନ୍ତ ଏବଂ ଆଗ୍ରା ମେୟର ନବୀନ ଜୈନ। ସେହିପରି ସମାଜବାଦୀ ପାର୍ଟିର ଜୟା ବଚ୍ଚନ ଏବଂ ପିଡିଏ ପ୍ରାର୍ଥୀ ରାମଜୀଲାଲ ସୁମନ ମଧ୍ୟ ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଥିବା କୁହାଯାଉଛି। ୩୯୯ ଜଣ ଭୋଟରଙ୍କ ମଧ୍ୟରୁ ମୋଟ ୩୯୫ ଜଣ ମତଦାନ କରିଛନ୍ତି।