ଭୁବନେଶ୍ୱର,୨୨/୦୨: ନବରଙ୍ଗପୁରରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ନବରଙ୍ଗପୁରରେ ବିଜେପିର କୋର କମିଟି ବୈଠକରେ ଯୋଗ ଦେଲେ ରାଜନାଥ । ଜନସଭା ପରେ କର୍ମୀଙ୍କୁ ୨୦୨୪ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ରାଜନାଥ । ନବରଙ୍ଗପୁରରେ ସଭା ଶେଷ ହେବା ପରେ ବ୍ରହ୍ମପୁର ଓ ମୟୂରଭଞ୍ଜରେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜନାଥ ୬ ଘଣ୍ଟାରେ ତିିନି ଜିଲ୍ଲା ଗସ୍ତ କରି ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେବେ । କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଦଳ କିପରି ଭଲ ପ୍ରଦର୍ଶନ କରିବ, କ’ଣ ରହିବ ରଣନୀତି, ସେ ସଂପର୍କରେ ନେତା ଓ କର୍ମୀଙ୍କ ସହ ନବରଙ୍ଗପୁରରେ ଆଲୋଚନା କରିବେ ରାଜନାଥ । ଏହା ପରେ ବ୍ରହ୍ମପୁରରେ ମଧ୍ୟ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ରାଜନାଥ ସିଂହ ସାମିଲ ହେବେ । ଶେଷରେ ବାରିପଦା ଷ୍ଟାଡିୟମରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ ପ୍ରତିରକ୍ଷା ମନ୍ତ୍ରୀ । ବିଜେପି କାର୍ଯ୍ୟକର୍ତାଙ୍କୁ ଭେଟି ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।