ଓଡ଼ିଶାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ରାଜନାଥଙ୍କ ପ୍ରଚାର, ଲୋକେ କହୁଛନ୍ତି ୨୧ରୁ ୨୧ ଆସନରେ ଜିତିବ ବିଜେପି

ନୂଆଦିଲ୍ଲୀ, ୦୮/୦୫: ରାୟଗଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି, ଏଥର ଓଡ଼ିଶାର ମାହୋଲ ବଦଳୁଥିବାର ଦେଖୁଛି ।  ଏବେ ବିଜେପି କେତେ ଆସନରେ ଜିତିବ ବୋଲି ପଚାରିଲେ ଲୋକେ କହୁଛନ୍ତି ୨୧ରୁ ୨୧ ଆସନରେ ଜିତିବ ବିଜେପି । ବିଜେପି ସାଂସଦଙ୍କୁ ନିର୍ବାଚିତ କରି ପଠାନ୍ତୁ, ଉଚିତ୍ ଢଙ୍ଗରେ ସେ କାମ କରିବେ । ଯେଉଁ ମାହୋଲ ଏଠାରେ ଦେଖୁଛି ଲାଗୁଛି ଏଥର ବିଶେଷ ନିବେଦନ କରିବାକୁ ପଡିବନି । ବିଜେପି ପ୍ରାର୍ଥୀ ବହୁତ ଭୋଟରେ ବିଜୟୀ ହେବ ।

ସବୁବେଳେ ଗରିବିକୁ ହଟାଇବାକୁ କଂଗ୍ରେସ କହୁଥିଲା । କିନ୍ତୁ ୧୦ ବର୍ଷ ମଧ୍ୟରେ ବିଜେପି ସରକାର ୨୫ କୋଟି ଲୋକଙ୍କୁ ଗରିବିରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଓଡ଼ିଶାରେ ମଧ୍ୟ ଗରିବି କମିଛି । ଗରିବ ଲୋକଙ୍କ ପାଇଁ ଆୟୁଷ୍ମାନ ଯୋଜନା ଆଣିଥିଲେ କେନ୍ଦ୍ର ସରକାର । ଯେଉଁଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସୁବିଧା ମିଳୁଥିଲା । କିନ୍ତୁ ଓଡ଼ିଶାରେ ଏହାକୁ ଲାଗୁ କରାଯାଇନାହିଁ । ଓଡ଼ିଶାରେ ଯାହାକୁ ଏହି ସୁବିଧା ମିଳୁନାହିଁ ବିଜେପି ସରକାରରେ ସମସ୍ତଙ୍କୁ ଆୟୁଷ୍ମାନ ଯୋଜନାରେ ସୁବିଧା ମିଳିବ । ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବ ମୋଦୀ ସରକାର । ବିଜେଡି ପ୍ରତିଶ୍ରୁତି ଦେଉଛି, କିନ୍ତୁ ଏହାକୁ ପୂରା କରୁନି । ଆମେ ଧାରା ୩୭୦ ହଟାଇବାକୁ କହିଥିଲୁ, ତାହାକୁ ପୂରା କଲୁ । ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲୁ, ତାହାକୁ ପୂରା କରି ଦେଖାଇଲୁ । ଆଗକୁ ଭାରତରେ ରାମରାଜ୍ୟ ବିଜେପି ଆଣିବ । ତିନି ତଲାକ ଶେଷ କରିଛି ବିଜେପି । କଂଗ୍ରେସ କହୁଥିଲା ଦୁର୍ନୀତି ହଟାଇବ, କିନ୍ତୁ ଦୁର୍ନୀତି କମିବା ବଦଳରେ ବଢି ଚାଲିଲା ।