ବିଧୋଂଶକାରୀ ଯୁଦ୍ଧ ଜାହାଜ ଆଇଏନଏସ୍ ଇମ୍ଫାଲର ଲୋକାର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୬/୧୨: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଂୟଚାଳିତ ମିଶାଇଲ ବିଧୋଂଶକାରୀ ଯୁଦ୍ଧ ଜାହାଜ ଆଇଏନଏସ୍ ଇମ୍ଫାଲକୁ ମଙ୍ଗଳବାର କାର୍ଯ୍ୟରେ ନିୟୋଜିତ କରିଛି । ମୁମ୍ବାଇରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଗୁପ୍ତଚରୀ ଯୁଦ୍ଧ ଜାହାଜର ଲୋକାର୍ପଣ କରିଛନ୍ତି । ମଣିପୁରର ରାଜଧାନୀ ଇମ୍ଫାଲର ନାଁରେ ନାମିତ ହୋଇଥିବା ଏହି ଜାହାଜ ବହୁ ବିକଶିତ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଜାହାଜର ନିର୍ମାଣ ଶେଷ ହେବା ପରେ ଗତ ଅକ୍ଟୋବର ୨୦ ତାରିଖରେ ନୌସେନାକୁ ହସ୍ତାନ୍ତର କରାଯାଇଥିଲା ।

ଏହି କ୍ରମରେ ୭୫ ପ୍ରତିଶତ ସ୍ୱଦେଶୀ ସାମଗ୍ରୀ ଓ ଜ୍ଞାନକୌଶଳରେ ଆଇଏନଏସ୍ ଇମ୍ଫାଲ ନିର୍ମାଣ କରିଛି ଭାରତ ।ତେବେ ଏହି ଜାହାଜକୁ ପଶ୍ଚିମ ନୌସେନା କମାଣ୍ଡରେ ସାମିଲ କରାଯିବ । ପାଣି ଭିତରେ ଚଳପ୍ରଚଳ କରିପାରୁଥିବା ଆଇଏନଏସ୍ ଇମ୍ଫାଲ ଭାରତର ନୌସେନାର ଶକ୍ତି ବୃଦ୍ଧି କରିବା ସହ ଶତ୍ରୁ ଦେଶକୁ ଚ୍ୟାଲେଞ୍ଜ ଦେବ ବୋଲି କୁହାଯାଉଛି ।