ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ,୧୧/୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜବୀ ଗାନ୍ଧୀଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଦୋଷୀ ନଳିନୀ ଶ୍ରୀହରଙ୍କ ସମେତ ୬ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କୋର୍ଟ କହିଛନ୍ତି କି ରାଜ୍ୟପାଳ ଯେତେବେଳେ ପଦକ୍ଷେପ ନନେଲେ ସେତେବେଳେ ଆମକୁ ପଦକ୍ଷେପ ନେବାକୁ ପଡିଲା । କୋର୍ଟ କହିଥିଲେ କି ଦୋଷୀ ପେରାରୀବଲନଙ୍କ ପାଇଁ ଦିଆଯାଇଥିବା ମୁକ୍ତି ଆଦେଶ ଏବେ ସମସ୍ତଙ୍କ ପାଇଁ ଲାଗୁ ହେବ । ଦୋଷୀ ନଳିନୀ ଓ ଅଭିଯୁକ୍ତ ରବିଚନ୍ଦ୍ରନଙ୍କୁ ସମୟ ପୂର୍ବରୁ ମୁକ୍ତ କରାଯିବା ନେଇ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ଆଦେଶ ଦେଇଛନ୍ତି ।ଏବେ ସୁପ୍ରିମକୋର୍ଟ ଯେଉଁମାନଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି ସେମାନଙ୍କ ମଧ୍ୟରେ ନଳିନୀ, ରବିଚନ୍ଦ୍ରନ, ମୁରଗନ, ସନ୍ଥନ, ଜୟକୁମାର ଓ ରବର୍ଟ ପାୟସ ସାମିଲ ଅଛନ୍ତି ।