ରାଷ୍ଟ୍ରପତିଙ୍କ ସଚିବ ଭାବେ ନିଯୁକ୍ତ ହେଲେ ରାଜେଶ ବର୍ମା

ଭୁବନେଶ୍ୱର,୧୮/୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ରାଜେଶ ବର୍ମା । ୧୯୮୭ ବ୍ୟାଚ ଆଇଏଏସ ହେଉଛନ୍ତି ରାଜେଶ ବର୍ମା । କ୍ୟାବିନେଟ ନିଯୁକ୍ତି କମିଟି ରାଜେଶଙ୍କ ନିଯୁକ୍ତିଙ୍କୁ ମଞ୍ଜୁରୀ ଦେଇଛନ୍ତି । ବର୍ତ୍ତମାନ ରାଜେଶ ବର୍ମା କେନ୍ଦ୍ର କର୍ପୋରେଟ ବ୍ୟାପର ବିଭାଗର ସଚିବ ଅଛନ୍ତି ।ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଭାବେ ମଧ୍ୟ କାମ କରିଛନ୍ତି ।