ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ UGC ମାନ୍ୟତା

ଭୁବନେଶ୍ୱର, ୩୦/୭: ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଆବଶ୍ୟକ ତଥ୍ୟ ଦେବେ ତେବେ କେନ୍ଦ୍ରୀୟ ଅନୁଦାନ ମିଳିବ । ଉଲ୍ଲେଖ ଯୋଗ୍ୟ ଯେ କିଛି ଦିନ ତଳେ ୟୁଜିସି ତାଲିକାରୁ ବାଦ୍ ପଡ଼ିଥିଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ । ଏହାକୁ ନେଇ ବିଭିନ୍ନ ଜିଲ୍ଲାରେ ଛାତ୍ର ଆନ୍ଦୋଳନ ଦେଖା ଦେଇଥିଲା ।