ବିଜେଡିରେ ସାମିଲ ହେଲେ ରାଜେନ୍ଦ୍ର କୁମାର ଦାସ

ଭୁବନେଶ୍ୱର,୧୭/୦୫: ବିଜେଡିରେ ସାମିଲ ହେଲେ ରାଜେନ୍ଦ୍ର କୁମାର ଦାସ । ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ହେଲେ ସାମିଲ । ଶଙ୍ଖ ଭବନକୁ ଯାଇ ବିଜେଡିରେ ବିଦ୍ଧିବଦ୍ଧ ଭାବରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖଭବନକୁ ଯିବା ପୂର୍ବରୁ ଚପଲ ଓହ୍ଲାଇ ମାରିଲେ ମୁଣ୍ଡିଆ । ରାଜୁ ଦାସ ପ୍ରଥମେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ସୋରରୁ ରାଜୁଙ୍କ ନାଁ ବିଜେପି ଘୋଷଣା କରିଥିଲେ ବି ଶେଷ ମୂହୂର୍ତରେ ପର୍ଶୁରାମ ଧଡାଙ୍କୁ ଟିକେଟ ଦେଇଥିଲା । ଏହାପରେ ରାଜୁ ଦାସ ବିଜେପି ଛାଡି ଏବେ ବିଜେଡିରେ ସାମିଲ ହୋଇଥିଲେ ।