ଆରପାରିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡ଼ିଆ

ନୂଆଦିଲ୍ଲୀ, ୨୦/୫: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡ଼ିଆଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ତାଙ୍କର କୋଭିଡରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କର  ଶେଷକୃତ୍ୟ ସମ୍ପନ୍ନ କରାଯିବ। ତାଙ୍କ ଦେହାନ୍ତରେ ଆଜି ଦିନିକିଆ ରାଜ୍ୟ ଶୋକ  ସହ ସବୁ ସରକାରୀ ଅଫିସ୍‌ ବନ୍ଦ ରଖାଯିବା ନେଇ ଘୋଷଣା କରାଯାଇଛି।