ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେଲେ ଭଜନଲାଲ ଶର୍ମା

ନୂଆଦିଲ୍ଲୀ,୧୨/୧୨: ସବୁ ଅପେକ୍ଷାର ଘଟିଲା ଅନ୍ତ । ମଧ୍ୟପ୍ରଦେଶ ଓ ଛତିଶଗଡ ପରେ ଏବେ ଆଜି ରାଜସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀନ୍କ ଅନାମ ଘୋଷଣା କରିଛି ବିଜେପି ବିଧାୟକ ଦଳ । ରାଜସ୍ଥାନର ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦିଲ୍ଲୀରୁ ଆସିଥିବା ବିଜେପିର ପର୍ଯ୍ୟବେକ୍ଷକ ଟିମ୍ ବିଧାୟକଦଳ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ନେଇଛି । ଭରତପୁରରେ ରହୁଥିବା ଭଜନଲାଲ୍ ଶର୍ମା ଦୀର୍ଘଦିନ ହେବ ବିଜେପି ସହ ଜଡିତ ଅଛନ୍ତି । ସେ ରାଜ୍ୟରେ ବିଜେପି ମହାମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ବିଜେପି ତାଙ୍କୁ ପ୍ରଥମଥର ପାଇଁ ଜୟପୁର ସାଂଗାନେର ଆସନରୁ ଟିକେଟ ଦେଇଥିଲା । ଏବେ ମୁଖ୍ୟମନ୍ତ୍ରୀ ପାଇଁ ଦଳ ତାଙ୍କୁ ଚୟନ କରିଛି । ସୂଚନାଯୋଗ୍ୟ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ବାବା ବାଳକନାଥ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ ।