ରାଜସ୍ଥାନରେ ଦୋହରିଲା ମଣିପୁର ସିନ, ସ୍ତ୍ରୀକୁ ବିବସ୍ତ୍ର କରି ଦାଣ୍ଡରେ ବୁଲେଇଲା ସ୍ୱାମୀ

ନୂଆଦିଲ୍ଲୀ,୩/୯: ରାଜସ୍ଥାନର ପ୍ରତାପଗଡ଼ରେ ଘଟିଛି ଲଜ୍ଜାଜନକ ଘଟଣା । ମହିଳା ଜଣଙ୍କ ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ ।  ପରେ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୂର ଘର ଲୋକେ ଜାଣିଥିଲେ। ମହିଳାଙ୍କୁ ଗାଁରେ ଉଲଗ୍ନ କରି ବୁଲାଇଛନ୍ତି। ଏହିସବୁ ଦେଖି କେହି ମୁହଁ ଖୋଲିନଥିଲେ । ଆଉ ଏହାର ଭିଡିଓ ଭାଇରାଲ ମଧ୍ୟ ହୋଇଛି। ସାରା ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଏହାସହ ସେ ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି । ଆଉ କହିଛନ୍ତି, ସଭ୍ୟ ସମାଜରେ ଏପରି ଅମାନବୀୟ ଅପରାଧର କୌଣସି ସ୍ଥାନ ନାହିଁ ।