ରଜରେ ଘରେ ପିଠା ପହଞ୍ଚାଇବ ‘ପିଠା ଅନ୍‌ ହୁଇଲ୍‌’ ଗାଡ଼ି

ଭୁବନେଶ୍ୱର, ୧୪/୬: ଆଜିଠାରୁ ଓଡ଼ିଶାର ଗଣପର୍ବ ରଜ ଆରମ୍ଭ ହୋଇଛି। ଏହି ଓଡ଼ିଆ ପରମ୍ପରାର ପର୍ବ ରଜ ଉପଲକ୍ଷେ ଲକଡାଉନ୍‌ ସତ୍ତ୍ୱେ ରାଜ୍ୟବାସୀଙ୍କ ପାଇଁ ସୁସ୍ୱାଦୁ ପିଠା ଓ ମିଠାର ସମ୍ଭାର ଆଣିଛି ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓ.ଟି.ଡି.ସି.) । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ଚଳିତ ବର୍ଷ ମଧ୍ୟ ବାହାରେ ଦୋଳି ଖେଳିବା ଓ ଅନ୍ୟାନ୍ୟ ମଉଜ ପାଇଁ ବରଂ କରଯାଇଛି।ଏହାସହ ସମସ୍ତିଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ରଜରେ ଗତ ବର୍ଷ ପରି ଏ ଥର ବି ‘ପିଠା ଅନ୍‌ ହୁଇଲ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ମିଳିବ ଆରିଶା, କାକରା, ମଣ୍ଡା ଓ ପୋଡ଼ପିଠା ପରି ଭଳିକି ଭଳି ପିଠା ସାଙ୍ଗକୁ ମିଠା । ଘରେ ପିଠା ପହଞ୍ଚାଇବ ‘ପିଠା ଅନ୍‌ ହୁଇଲ୍‌’ ଗାଡ଼ି ।  ‌ ଭୁବନେଶ୍ବର, ସମ୍ବଲପୁର ଓ କଟକରେ ସୁଲଭ ଦରରେ ମିଳିବ ଓଡ଼ିଆ ପିଠା । ଏହିି ପିଠା ଅନ୍‌ ହୁଇଲ୍‌ ପଦକ୍ଷେପ କୁ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଛନ୍ତି।

ଏହାସହ ଅନ୍ୟପଟେ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ବାର୍ତ୍ତାରେ ଓଡ଼ିଆଙ୍କ ପ୍ରିୟ ପର୍ବ ରଜ ଅବସରରେ ଓଡ଼ିଶାବାସୀ ଓ ବିଶେଷକରି ମା’ ଓ ଝିଅମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ସେ ଜଣାଇଛନ୍ତି ।