ଆରପାରିରେ ରାଜା ସାହେବ ଡକ୍ଟର ଉଦୟ ନାରାୟଣ ସିଂ ଦେଓ

ଗଞ୍ଜାମ, ୩/୨: ଗଞ୍ଜାମ ସାନଖେମୁଣ୍ଡିର ପୋଡାମାରି ରାଜା ସାହେବ ଡକ୍ଟର ଉଦୟ ନାରାୟଣ ସିଂ ଦେଓଙ୍କ ଆଜି ପରଲୋକ ଘଟିଛି । ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱରରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ସେ ମୋହନା ନିର୍ବାଚନ ମଣ୍ଡଳୀରୁ ୧୯୭୪ ମସିହା, ୧୯୭୭, ୧୯୮୦ ମସିହାରେ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାସହ ସେ ବିଶ୍ୱରେ ଜାଣେ ନାମିଦାମୀ ପକ୍ଷୀ ବିଶାରଦ ଭାବେ ବେଶ୍ ପରିଚିତ । ଅନ୍ୟପଟେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।