ଆଜି ରଜ ସଂକ୍ରାନ୍ତି

ଭୁବନେଶ୍ୱର, ୧୫/୦୬: ଆଜି ହେଉଛି ଦ୍ବିତୀୟ ରଜ ବା ରଜ ସଂକ୍ରାନ୍ତି । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ବିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି। ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ । ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ରଜ ଦୋଳି ଖେଳି, ପିଠା ଖାଇ ରଜ ପାଳୁଛନ୍ତି ଝିଅ-ବୋହୂ । ଏହା ରାଜ୍ୟରେ ବହୁତୁ ଆଡ଼ମ୍ବର ସହ ପାଳନ କରାଯାଏ।