ଟ୍ୱିନସିଟିରେ ପ୍ରବଳ ଛେଚିବ

ଭୁବନେଶ୍ୱର,୧୩/୮: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଅନ୍ୟପଟେ ଲଘୁଚାପ ପ୍ରଭାବରେ ଟ୍ୱିନସିଟିରେ ଦିନସାରା ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘଣ୍ଟା ପ୍ରତି ୨ରୁ ୩ ସେମି ବର୍ଷା ସମ୍ଭାବନା ରହିଛି । ଏହାଫଳରେ କଟକ- ଭୁବନେଶ୍ୱରର ତଳି ଅଞ୍ଚଳରେ ପାଣି ଜମିବା ଆଶଙ୍କା କରିଛି ପାଣିପାଗ କେନ୍ଦ୍ର । ଅଧିକ ବର୍ଷା ସମ୍ଭାବନା ଥିବାରୁ ଯାତାୟତ ପ୍ରଭାବିତ ହେବା ସହ ଟ୍ରାଫିକ ସମସ୍ୟର ଉପୁଜିପାରେ । ଏପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୧୨ଘଣ୍ଟାରେ ଲଘୁଚାପର ରୂପ ନେବ । ପରବର୍ତ୍ତି ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ । ଆସନ୍ତାକାଲି ଓ ୧୪ ତାରିଖ ସୁଦ୍ଧା ଉତର-ପଶ୍ଚିମ ବଂଗୋପସାଗରରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇ ଯାଇଛି । ଆଗାମି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆଜି ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ରୁ ୨ ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ହୋଇପାରେ ।