ଆଜି ସଂଧ୍ୟା ୭ଟା ୩୦ ସୁଦ୍ଧା ୧୨ ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୧୭/୪: ରାଜ୍ୟରେ ଏବେ ଖରା କୁ ଗରମ ଭୀଷଣ ହେଉଛି। କିନ୍ତୁ ବେଳେ ବେଳେ ବର୍ଷ ମଧ୍ୟ ହେଉଛି। ଏହାରି ମଧ୍ୟରେ ଆଜି ସଂଧ୍ୟା ୭ଟା ୩୦ ସୁଦ୍ଧା ୧୨ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି। ତେଣୁ ୧୨ ଜିଲ୍ଲା କୁ ସତର୍କ ସୂଚନା ଜାରି କରିଛି ପଣିପାଗ ବିଭାଗ। ୧୨ ଜିଲ୍ଲା ଗୁଡିକ ହେଉଛି ଯାଜପୁର, ଢେଙ୍କାନାଳ, ବଲାଙ୍ଗିର, ଗଜପତି, ନବରଙ୍ଗପୁର, କନ୍ଧମାଳ, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, ବରଗଡ଼, ନୂଆପଡ଼ା ଓ କେନ୍ଦୁଝର।