୫ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା , ଜାଣନ୍ତୁ କେଉଁ ରାଜ୍ୟ ଅଛି ସାମିଲ

ନୂଆଦିଲ୍ଲୀ,୩୦/୮: ଦେଶରେ ମୌସୁମୀ ଦୁର୍ବଳ ହେବାରେ ଲାଗିଛି । ତେଣୁ ଅନେକ ରାଜ୍ୟରେ ବର୍ଷାର ପରିମାଣ କମିଯାଇଥିବା ବେଳେ କିଛି ରାଜ୍ୟରେ ବର୍ଷା ଜାରି ରହିଛି । ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ବର୍ଷା ନେଇ ସତର୍କ କରାଇଛି । ଅରୁଣାଚଳପ୍ରଦେଶ, ଆସାମ ସମେତ କିଛି ରାଜ୍ୟରେ ୫ ଦିନ ବର୍ଷା ନେଇ ଆଲର୍ଟ କରାଯାଇଛି । ପାଣିପାଗ ବିଭାଗ ଆଗାମୀ କିଛି ଦିନ ପାଇଁ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଅରୁଣାଚଳପ୍ରଦେଶ, ଆସାମ ଏବଂ ମେଘାଳୟରେ ସତର୍କତା ଜାରି କରାଯାଇଛି । ଏଠି ସବୁଠି ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୧ରୁ ୪ ତାରିଖ ଯାଏ ଅରୁଣାଚଳପ୍ରଦେଶରେ, ୨ରୁ ୪ ସେପ୍ଟେମ୍ବର ଯାଏ ଆସାମରେ ପ୍ରବଳବର୍ଷାର ସମ୍ଭାବନା ରହିଛି । ସେହିପରି ୩୦ ଅଗଷ୍ଟରୁ ସେପ୍ଟେମ୍ବର ୩ ଯାଏ ବିହାରରେ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ଏହା ବାଦ ଆଗାମୀ ୫ ଦିନ ପାଇଁ ପଶ୍ଚିମବଙ୍ଗ, ସିକ୍କିମରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି । ଆଜି ତେଲଙ୍ଗାନାରେ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି ।