ତାମିଲନାଡୁରେ ପ୍ରବଳ ବର୍ଷା, ଜାରି ହେଲା ରେଡ୍ ଆର୍ଲଟ

ନୂଆଦିଲ୍ଲୀ,୧୮/୧୨: ସାରା ଦେଶରେ ଏବେ ଶୀତର ଲହରୀ ଜାରି ରହିଛି । ଏହାରି ଭିତରେ କିନ୍ତୁ ତାମିଲନାଡୁରେ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି । ଗତକାଲିଠୁ ପ୍ରବଳ ବର୍ଷା ହେଉଛି । ରାସ୍ତା ଘାଟ ସହିତ ଘର ଭିତରେ ପାଣି ପଶିଛି । ଏହାସହ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି । କନ୍ୟାକୁମାରୀ, ତିରୁନେଲଭି, ଥୋଠୁକୁଡି ଏବଂ ତେନକାସି ଜିଲ୍ଲାରେ ଆଜି ସ୍କୁଲ ଛୁଟି ଘୋଷଣା ହୋଇଛି । ବର୍ଷା ଅଧିକ ହେଉଥିବାରୁ ଟ୍ରେନ ସେବା ମଧ୍ୟ ବ୍ୟାହତ ହୋଇଛି । କିଛି ଟ୍ରେନ ସମ୍ପୂର୍ଣ୍ଣ ଭାବେ ବାତିଲ ହୋଇଥିବା ବେଳେ ଆଉ କିଛି ଟ୍ରେନର ଗତିପଥ ବଦଳାଯାଇଥିବା ସୂଚନା ରହିଛି । ଅନେକ ଲୋକ ପାଣିଘେରରେ ଥିବାରୁ ସରକାର ତରଫରୁ ରିଲିଫ କ୍ୟାମ୍ପର ବ୍ୟବସ୍ଥା ହୋଇଛି । ଲୋକଙ୍କୁ ଖୁଖିଲା ଖାଦ୍ୟ ଦିଆଯାଉଛି ।