ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ରାଜ୍ୟରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୨୧/୧୦: ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବା ବେଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ । ଆଗାମୀ ୪୮ ଘଣ୍ଟା ଭିତରେ ୨ ବଳୟ ମିଶିବା ସମ୍ଭାବନା । ଏହା ପ୍ରଭାବ ଉପରେ ଆଇଏମଡିର ନଜର ରହିଛି । ସେପଟେ ଆସନ୍ତାକାଲି ଲଘୁଚାପ ଅବପାତ ଏବଂ ୨୪ ତାରିଖରେ ଗଭୀର ଅବପାତର ରୂପ ନେବ । ଏହାର ପ୍ରଭାବରେ ୨୪ ଓ ୨୫ତାରିଖରେ ଓଡିଶାର ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।