ଆସନ୍ତା ୪ତାରିଖ ଯାଏଁ ଲାଗିରହିବ ବର୍ଷା!

ଭୁବନେଶ୍ୱର,୨୫/୯: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲାଗିରହିଛି ବର୍ଷା । ୨୭ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ପ୍ରଭାବରେ ଦିନେ କି ୨ ଦିନ ବର୍ଷା ହେବ । ଏମିତିକି ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏହାସହ ଅକ୍ଟୋବର ପ୍ରଥମ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ଯଦି ଏମିତି ହେବ, ତେବେ ବର୍ଷାରେ ଭିଜିପାରେ ଦଶହରା ।୨୭ରୁ ବଢ଼ିବ ବର୍ଷାର ବିସ୍ତୃତି । ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨ ତାରିଖରେ ସୃ୍ଷ୍ଟି ହୋଇପାରେ ଲଘୁଚାପ, ୪ତାରିଖ ଯାଏଁ ଲାଗିରହିବ ବର୍ଷା।