ଦୁଇ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୫/୮: ଆଜିଠୁ ରାଜ୍ୟରେ କମିବ ପୂର୍ଣ୍ଣିବଳୟର ପ୍ରଭାବ । ଆଜି ଉତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କେନ୍ଦୁଝର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ । ଏହି ଦୁଇ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେପଟେ ରାଜ୍ୟରେ ଜୁନ୍ ମାସରୁ ୨୪ ଅଗଷ୍ଟ ମଧ୍ୟରେ ୯୫୨ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ଏହିସମୟରେ ସ୍ୱାଭାବିକ ବର୍ଷା ୮୩୮. ୮ ମିଲିମିଟର ତୁଳନାରେ ୧୪ ପ୍ରତିଶତ ଅଧିକ । କନ୍ଧମାଳରେ ସ୍ୱାଭାବିକଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ଦେବଗଡ଼, ଢେଙ୍କାନାଳ, ନୟାଗଡ଼, ବୌଦ୍ଧ, କୋରାପୁଟ, ରାୟଗଡ଼ା ଏବଂ ଗଜପତିରେ ସ୍ୱାଭାବିକ୍ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଅନ୍ୟ ୨୨ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।