ଫିକା ପଡିବ କି ଦୁର୍ଗା ପୂଜା, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ୱର, ୮/୧୦: ରାଜ୍ୟରେ ପୂଜା ସମୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ୧୭ ବେଳକୁ ବାତ୍ୟା ହେବାର ଆଶଙ୍କା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପୂର୍ବରୁ ପାଣିପାଗବିତ୍‌ ଦୁଇଟି ବାତ୍ୟା ନେଇ ପୂର୍ବାନୁମାନ କରିଥିଲେ । ମାତ୍ର ପ୍ରଥମଟି ବାତ୍ୟା ନହୋଇ ଲଘୁଚାପ ପରେ ଅବପାତ ରୂପ ନେବ ବୋଲି ଏବେ ସ୍ପଷ୍ଟ ହୋଇଛି । କିନ୍ତୁ ଦ୍ୱିତୀୟ ସିଷ୍ଟମ୍‌ ଅନୁସାରେ ୧୭ ତାରିଖ ବେଳକୁ ବାତ୍ୟା ହେବ ବୋଲି ପୂର୍ବାନୁମାନ କରାଯାଉଛି ।

୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣିବଳୟ ସୃଷ୍ଟି ହେବ । ଯାହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୪/୫ ଦିନ ମଧ୍ୟରେ ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ । ଫଳରେ ରାଜ୍ୟରେ ୧୪, ୧୫ ଓ ୧୬ ତାରିଖରେ ବର୍ଷା ହେବ । ୧୪ ଓ ୧୫ ବେଳକୁ ପୁରୀରୁ ଦକ୍ଷିଣ ଓଡ଼ିଶାରେ ଏବଂ ୧୬ ବେଳକୁ ସମଗ୍ର ଉପକୂଳ ଓଡ଼ିଶାରେ ବର୍ଷା ହେବ ।