ଭୁବନେଶ୍ୱର, ୨୭/୦୪: ରାଜ୍ୟରେ ବଦଳିଛି ପାଗ ମିଜାଜ୍। ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି ଆଣି ଦେଇଛି କାଳବୈଶାଖୀ ବର୍ଷା। ରାଜ୍ୟରେ ୩୦ ତାରିଖ ଯାଏ ବିଜୁଳି ଘଡ଼ଘଡ଼ି ସହ ପବନ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ କିଛି ଜିଲ୍ଲାରେ ଝଡ଼ତୋଫାନ ହେବ। କିଛି କିଛି ସ୍ଥାନରେ ୩୦ରୁ ୫୦ କିମି ବେଗରେ ପବନ ବହିବାରସମ୍ଭାବନା ରହିଛି । ଏଥିପାଇଁ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି।ସେହିପରି ଆସନ୍ତାକାଲି ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବ। ଏନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଗତକାଲି ଟ୍ୱିନ ସିଟି ସହ କିଛି ଜିଲ୍ଲାରେ ବର୍ଷା ସହ ପବନ ହୋଇଥିଲା।