ସୃଷ୍ଟି ହେଲା ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୦୮/୦୪: ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ୯ ତାରିଖରୁ ଆରମ୍ଭ ହେବ ବର୍ଷା ।ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଜୁଳି, ଘଡଘଡି ସହ କୁଆପଥର ବର୍ଷା ନେଇ ସତର୍କ କରାଯାଇଛି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼ ପାଇଁ ସତର୍କ ଜାରି ହୋଇଛି । ସେହିଭଳି ୧୦ ତାରିଖରେ ୨୨ ଜିଲ୍ଲା ପାଇଁ ବିଜୁଳି, ଘଡଘଡି ସହ କୁଆପଥର ବର୍ଷା ନେଇ ଆଲର୍ଟ କରାଯାଇଛି । ୧୧ ତାରିଖ ପାଇଁ ଅଧା ଓଡିଶାକୁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *