ଭୁବନେଶ୍ୱର,୨/୦୪: ଆଜିଠୁ ବଦଳିବ ରାଜ୍ୟରେ ପାଗ । କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି। ଟ୍ରପ ଲାଇନ ପ୍ରଭାବରେ ୫ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ଦେଓଗଡ ,ବରଗଡ଼ ସମ୍ବଲପୁର,ସୋନପୁର, ବଲାଙ୍ଗୀର , ଅନୁଗୁଳ ସୁବର୍ଣ୍ଣପୁର,ନବରଙ୍ଗପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଓ କୋରାପୁଟ ଏହି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଜୁଳି ଘଡଘଡି ସହ ହାଲୁକା ବର୍ଷା ତା ସାଙ୍ଗକୁ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।
କାଲି ବର୍ଷାର ପରିମାଣ ବଢିବ ଓ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି । ସୁନ୍ଦରଗଡ, ଝାରସୁଗୁଡ଼ା ସମ୍ବଲପୁର କଳାହାଣ୍ଡି ରାୟଗଡ଼ା ବୌଦ୍ଧ କୋରାପୁଟ ନବରଙ୍ଗପୁର କନ୍ଧମାଳ ଏହି ୯ ଜିଲ୍ଲାକୁ କୁଆ ପଥର ବର୍ଷା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତାସହ ଏହି ସବୁ ଜିଲ୍ଲା ମାନଙ୍କରେ ୫୦ ରୁ ୬୦ ଡିଗ୍ରୀ କିମିରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ବରଗଡ଼ ସୋନପୁର ବଲାଙ୍ଗୀର, ନୂଆପଡା ଓ ମାଲକାନଗିରିରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ।