ଭୁବନେଶ୍ୱର,୨୧/୦୩: ତାତିରୁ ମିଳିବ ତ୍ରାହି। କାଳବୈଶାଖୀ ପ୍ରଭାବରେ କାଲିଠୁ ୪ଦିନ ପ୍ରବଳ ବର୍ଷା ଅଛି । କାଲି ୩୦ ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ଓ ପବନ ନେଇ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୮ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଛି । କିଛି ସ୍ଥାନରେ ୪୦ରୁ ୫୦ ଏବଂ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅନେକ ସ୍ଥାନରେ କୁଆପଥର ବର୍ଷା ହୋଇପାରେ ।ସେପଟେ ୨୩ ତାରିଖରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୨୪ ତାରିଖରେ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।