ରାଜ୍ୟରେ କାଳ ବୈଶାଖୀର ତାଣ୍ଡବ, କେତେକ ସ୍ଥାନରେ କୁଆପଥର ବର୍ଷା

ଭୁବନେଶ୍ୱର,୨୧/୦୩: ରାଜ୍ୟରେ କାଳ ବୈଶାଖୀର କରାଳ ରୂପ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ବିଶୋଇ, ବାଙ୍ଗିରିପୋଷି, କୁଳିଅଣା ଓ ବାରିପଦା ବ୍ଲକରେ ବର୍ଷା ସହ କୁଆପଥର ମାଡ ହୋଇଛି । ଗୋଟେ ଗୋଟେ କୁଆପଥରର ଓଜନ ୨୫୦-୫୦୦ଗ୍ରାମ ପାଖାପାଖି ରହଛି । କୁଆପଥର ମାଡ଼ରେ ଭାଙ୍ଗିଲା ବସ୍‌ର କାଚ । କୁଆପଥର ମାଡ଼ରେ ବସର କାଚ ଭାଙ୍ଗି ଯାଇଥିଲା ଓ ଭିତରେ ଥିବା ଯାତ୍ରୀ ବି ଆହତ ହୋଇଥିଲେ । ସେପଟେ ବିଶୋଇ ବ୍ଲକ ଅନ୍ତର୍ଗତ ଖଡମବେଡା ପଞ୍ଚାୟତର ଦୁଇ ଗ୍ରାମ ମୂଷାମାରୀ ଓ ପର୍ଶିଡି ଗାଁରେ କୁଆପଥର ମାଡ଼ରେ ବହୁ ଲୋକ ଆହତ ହୋଇଛନ୍ତି । ଆହତ ସମସ୍ତ ଯାତ୍ରୀ ଓ ଗ୍ରାମବାସୀଙ୍କୁ ବିଶୋଇ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ବାଙ୍ଗିରିପୋଷିରେ ବି ପ୍ରବଳ ବର୍ଷା ସହିତ କୁଆପଥର ମାଡ ହୋଇଛି । ଏଠାରେ ଗଛ ପଡିବା ଯୋଗୁଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ବହୁ ଆଜ୍‌ବେଷ୍ଟର ଘର ଓ ଗାଡ଼ି ଭାଙ୍ଗିଯାଇଛି । ଆଜି ସକାଳଠାରୁ ବାରିପଦା ସହରରେ ପାଗର ପରିବର୍ତ୍ତନ ହୋଇଛି । ତେବେ କାଳବୈଶାଖୀ ବର୍ଷା ଯୋଗୁଁ ଟାଣଖରା ଓ ଅସହ୍ୟ ଗରମରୁ କିଛି ମାତ୍ରାରେ ସହରବାସୀଙ୍କୁ ଆସ୍ୱସ୍ତି ମିଳିଛି ।

Leave a Reply

Your email address will not be published. Required fields are marked *