ତିନି ଦିନ ରାଜ୍ୟରେ ପ୍ରବଳ ବର୍ଷିବ, ଓଡ଼ିଶାରେ ପଡିବ କି ବାତ୍ୟାର ପ୍ରଭାବ!

ଭୁବନେଶ୍ୱର,୨୦/୧୦: ତିନି ଦିନ ପ୍ରବଳ ବର୍ଷିବ। ଆସନ୍ତା ୨୩ , ୨୪ ଓ ୨୫ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆସନ୍ତାକାଲି ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ବଳ ଗୋଟାଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି ।  ଅଧିକ ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଅବପାତରେ ପରିଣତ ହେବ । ତେବେ ଏହାର ପ୍ରଭାବରେ ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ତେବେ ଏହା ବାତ୍ୟାରେ ପରିଣତ ହେବ କି ନାହିଁ, କ’ଣ ରହିବ ଏହାର ରୂପ, କେଉଁ ଦିଗରେ ଗତି କରିବ, କେତେ ଶକ୍ତିଶାଳୀ ହେବ ଓ କେତେ ବେଗରେ ପବନ ବହିବ ଏନେଇ କୌଣସି ପୂର୍ବାନୁମାନ କରିନାହିଁ ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *