୧୦ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୦୭/୦୯: ଆଜି ବିଘ୍ନ ବିନାଶକ ପ୍ରଭୁ ଗଣେଶ ଙ୍କ ପୂଜା। ଆଉ ଏହି ପୂଜାକୁ ଭିଜାଇପାରେ ଲଘୁଚାପ ବର୍ଷା। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି। ଏହା କ୍ରମଶ ଉତ୍ତର ଦିଗକୁ ଗତି କରିବା ସହ ତୀବ୍ର ହୋଇ ଆସନ୍ତା ୯ ତାରିଖ ଅର୍ଥାତ୍ ସୋମବାର ଅବପାତର ରୂପ ନେଇପାରେ। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜିଠୁ ଆରମ୍ଭ ହୋଇଯିବ ବର୍ଷା। ୧୦ ତାରିଖ ଯାଏଁ ରହିବ ବର୍ଷାର ପ୍ରଭାବ। ଆସନ୍ତା ୩ ଘଣ୍ଟାରେ ଜଗତସିଂହପୁର, ବଲାଙ୍ଗୀର, ନୂଆପଡା, ବରଗଡ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, କଟକ, କୋରାପୁଟ, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ଘଡଘଡି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

Leave a Reply

Your email address will not be published. Required fields are marked *