ଆସନ୍ତା ୫ରୁ ରାଜ୍ୟରେ ବର୍ଷ ବଢିବା ସମ୍ଭାବନା !

ଭୁବନେଶ୍ୱର,୩/୦୯: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଗାମୀ ୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏପଟେ ଆନ୍ଧ୍ରପ୍ରଦେଶରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ରାସ୍ତାରେ ସୁଅ କାଟୁଛି ୫ ଫୁଟରୁ ଅଧିକ ପାଣି। ଛାତି ଥରାଇ ଦେଲା ଭଳି ଏମିତି କିଛି ଦୃଶ୍ୟ ଏବେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଟ୍ରେନ୍ ଓ ସଡ଼କ ପଥରେ ଚଳାଚଳ। ଆନ୍ଧ୍ରର ଏକାଧିକ ସ୍ଥାନରେ ଟ୍ରେନ୍ ଟ୍ରାକ୍ ଉପୁଡ଼ି ପଡ଼ିଛି। ଫଳରେ ଆନ୍ଧ୍ରରୁ ଓଡ଼ିଶା ଏବଂ ଦେଶର ବିଭିନ୍ନ ସ୍ଥାନକୁ ଯାଉଥିବା ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *