ପ୍ରବଳ ବର୍ଷା ନେଇ ରାଜ୍ୟର ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୨୨/୦୮: ସକ୍ରିୟ ରହିଛି ସଦୃଶ ଲଘୁଚାପ। ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା । ୨୪ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ମୌସୁମୀ ସକ୍ରିୟ ସହ ଝାଡ଼ଖଣ୍ଡ ଓ ତାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହା ଆଗକୁ ଘନୀଭୂତ ହୋଇପାରେ ବୋଲି ଆକଳନ କରିଛି ବିଭାଗ ।ସେହିପରି ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ଲଗାତାର ଭାବେ ତିନୋଟି ନିୟାମକ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ରୁ ୭ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ ।ଆସନ୍ତା ୨୪ ଘଣ୍ଟାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ବରଗଡ଼, ସମ୍ବଲପୁର, ଦେବଗଡ ,ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ,ଭଦ୍ରକ, ମୟୁରଭଞ୍ଜ , ଯାଜପୁର, କଟକ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଓ ବାଲେଶ୍ୱରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।