ବଙ୍ଗୋପସାଗରେ ଅବପାତ ସକ୍ରିୟ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର,୨୦/୦୭: ବଙ୍ଗୋପସାଗରେ ଅବପାତ ସକ୍ରିୟ ରହିଛି । ୨୪ ଘଣ୍ଟାରେ ଧୀରେ ଧୀରେ ଦୁର୍ବଳ ହେବ ଅବପାତ । ଯାହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ। ସେହିଭଳି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ,ବଲାଙ୍ଗୀର ଓ ନୂଆପଡାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି । ଜିଲ୍ଲାରେ ୧୧୦ ମିଲି ମିଟର ବର୍ଷା ହୋଇପାରେ । ଚିଲିକା ଉପକୂଳ ନିକଟରେ ଏହାର ସ୍ଥିତି ରହିଛି । ପଶ୍ଚିମ – ଉତର ପଶ୍ଚିମ ଦେଇ ଛତିଶଗଡ ମୁହାଁ ହେବ । ଗୋପାଳପୁର ଠାରୁ ପୂର୍ବ – ଉତର- ପୂର୍ବ ଦିଗରୁ ୭୦ କିଲୋମିଟରର ଦୂରରେ ଗତି କରୁଛି ଅବପାତ । ଆଜି ସଂଧ୍ୟା ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିବ ଏହି ଅବପାତ। ତେବେ ଆସନ୍ତା ୨୪ଘଣ୍ଟାରେ ଅବପାତ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।