ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ବର୍ଷାରେ ଭିଜିବ ରଥଯାତ୍ରା

ଭୁବନେଶ୍ୱର,୦୫/୦୭: ବର୍ଷାରେ ଭିଜିବ ରଥଯାତ୍ରା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ୭ ଜୁଲାଇରେ ଗୋଟିଏ ଦୁଇଟି ସ୍ଥାନରେରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ରଥଯାତ୍ରା ଦିନ ପୁରୀରେ ହାଲୁକାରୁ ମଧ୍ୟମ ବର୍ଷା ରହିବ। ୭ ତାରିଖରେ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହିତ ୯୦ ପ୍ରତିଶତରୁ ଅଧିକ ଗୁଳୁଗୁଳି ହେବ। ୮ ଜୁଲାଇରେ ପୁରୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଇଛି ।