ଉତ୍ତର ଓଡିଶାରେ ବର୍ଷା ଆରମ୍ଭ, ଗୁଳୁଗୁଳିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର, ୩୧/୦୫: ରାଜ୍ୟର ପଶ୍ଚିମ ଓଡିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୁତ ହୋଇଛି । ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ସୁନ୍ଦରଗଡ ସମେତ ପଶ୍ଚିମ ଓଡିଶାରେ ଗତକାଲି ୪୦ ରୁ ଅଧିକ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ହେଲେ ଉତ୍ତର ଓଡିଶାରେ ଆଜି ବର୍ଷା ଆରମ୍ଭ ହୋଇଛି । ସକାଳେ ବାଲେଶ୍ୱର, ବସ୍ତା, ଭୋଗରାଇର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାରୁ ପାଗରେ ସାମନ୍ୟ ପରିବର୍ତ୍ତନ ହୋଇଛି । ଲୋକମାନେ ଟିକେ ଆଶ୍ୱସ୍ତ ହୋଇଛନ୍ତି ।ଅନ୍ୟପଟେ ଗତକାଲି ଠାରୁ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ଜୁନ ୧୫ ତାରିଖ ସୁଦ୍ଧା ମୌସୁମୀ ବାୟୁ ଓଡିଶାରେ ପହଂଚିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।