୧୨ ତାରିଖ ଯାଏଁ ବର୍ଷା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର, ୧୦/୫: ମାଡି ଆସୁଛି ବାତ୍ୟା ଅସାନି। ଆସନ୍ତା ୧୨ ତାରିଖରେ ଗୋପାଳପୁରଠୁ  ୭୮ କିମି ଦୂରରେ ବାତ୍ୟା ଅସାନି ଅତିକ୍ରମ କରିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି। ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି। ଏନେଇ ଆସନ୍ତା ୧୨ ତାରିଖ ଯାଏଁ ବର୍ଷା ପାଇଁ ସତର୍କ ସୂଚନା ଜାରି  କରାଯାଇଛି। ଆଜି ସନ୍ଧ୍ୟାରୁ ଆସନ୍ତାକାଲି ଠୁ ବଢିବ ବର୍ଷାର ପରିମାଣ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ବର୍ଷା ସମ୍ଭାବନା ରହିିିଛି। ପୁରୀ, ଗଞ୍ଜାମ,ଖୋର୍ଦ୍ଧା,କଟକ,ଜଗତସିଂହପୁରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ।