ଲଘୁଚାପ ନେଇ ସତର୍କ କରାଇଲେ ଏସଆରସି, ସମସ୍ତ ଜିଲ୍ଲାପାଳ ଓ ଆରଡିସିଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର,୨୧/୦୫: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ନେଇ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିଶନର । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଆରଡିସିଙ୍କୁ ଚିଠି ଲେଖିଛନ୍ତି ଏସଆରସି । ପ୍ରବଳ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇଛନ୍ତି ଏଆରସି ।୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବ । ୨୪ରେ ଏହା ଅବପାତର ରୂପ ନେଇପାରେ । ଏହାର ପ୍ରଭାବେ ସମୁଦ୍ର ଅଶାନ୍ତ ରହିବ । ୨୪ ଓ ୨୫ ତାରିଖର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।